ଲଦାଖରେ ହେବ ଜି-୨୦ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ଭାରତ ଏଥର ଜି-୨୦ ଶିଖର ସମ୍ମିଳନୀ ଲଦାଖରେ ଆୟୋଜିତ କରିବାକୁ ପ୍ରସ୍ତୁତି ଚଲାଇଛି । ଗୋଟିଏ ପଟେ ଏହାକୁ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ କୁହାଯାଉଥିବାବେଳେ ଅନ୍ୟପଟେ ପଡ଼ୋଶୀ ରାଷ୍ଟ୍ର ଚୀନ ଓ ପାକିସ୍ତାନକୁ ଝଟକା ଲାଗିଛି । ୨୦୨୦ ମେ’ ଠାରୁ ଭାରତ ଓ ଚୀନ ମଧ୍ୟରେ ଲଦାଖକୁ ନେଇ ସଂଘର୍ଷ ଜାରି ରହିଛି ।

ସୂଚନାଯୋଗ୍ୟ, ଜି-୨୦ ଶିଖର ସମ୍ମିଳନୀକୁ ଲଦାଖରେ କରିବାର ପ୍ରସ୍ତାବକୁ ଚୀନ ବିରୋଧ କରିଛି । ଏହାପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ଉକ୍ତ ସମ୍ମିଳନୀକୁ ଜମ୍ମୁ-କଶ୍ମୀରରେ ଆୟୋଜିତ କରିବାର ପ୍ରସ୍ତାବ ଆସିବା ପରେ ଉଭୟ ଚୀନ ଓ ପାକିସ୍ତାନ ବିରୋଧ କରିଥିଲେ ।