ୟୁପି ସରକାରଙ୍କ ୩୦ କୋଟି ଚାରାରୋପଣ ଅଭିଯାନ ଆରମ୍ଭ

  • ଲକ୍ଷେ୍ନø: ପ୍ରକୃତିର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ। ରାଜ୍ୟରେ ୩୦ କୋଟି ଚାରାରୋପଣ ପାଇଁ ଯୋଜନା କରି ଏକ ନୂଆ ରେକର୍ଡ ସୃଷ୍ଟି ଦିଗରେ ଅଗ୍ରସର ହେଉଛି ୟୁପି ସରକାର। ବନମହୋତ୍ସବ ଅବସରରେ ଏହି ଚାରାରୋପଣ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଚାରାରୋପଣ କରିଥିଲେ। ସେହିପରି ୟୁପି ରାଜ୍ୟପାଳ ଆନନ୍ଦିବେନ ପଟେଲ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ। ସେ ଝାନସିରେ ଚାରାରୋପଣ କରିଥିଲେ। ରାଜ୍ୟରେ ଯେମିତି ଚାରାରୋପଣ କାର୍ଯ୍ୟ ସଫଳତାର ସହିତ ହେବ, ସେନେଇ ନଜର ରଖିବାକୁ ସବୁ ଜିଲ୍ଲା ଅଫିସରଙ୍କୁ ଗାଇଡ୍ଲାଇନ ଜାରି କରିଛନ୍ତି ୟୁପି ସରକାର। ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୦ କୋଟି ଚାରାରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି।ଏପର୍ଯ୍ୟନ୍ତ ୧୭ କୋଟି ଚାରା ବଣ୍ଟନ ହୋଇସାରିଛି। ତେବେ ଏହି ଅଭିଯାନକୁ ଲୋକାଭିମୁଖୀ କରିବା ପାଇଁ ‘ଚାରା ଲଗାଅ ଉପହାର ପାଅ’ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ଚାରାରୋପଣ ସମୟର ଫଟୋକୁ ୟୁପି ଜଙ୍ଗଲ ବିଭାଗ ୱେବସାଇଟରେ ଅପଲୋଡ କରିବାକୁ ପଡ଼ିବ। ସ୍ୱତନ୍ତ୍ର ବିଜେତାଙ୍କୁ ସରକାରଙ୍କ ପକ୍ଷରୁ ଉପହାର ଦିଆଯିବ। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ଏପର୍ଯ୍ୟନ୍ତ ରାଜ୍ୟରେ ୬୦,୨୪, ୪୬,୫୫୧ ଚାରାରୋପଣ କରାଯାଇଛି।