ପିପିଲି ଉପନିର୍ବାଚନ : ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କଲେ ସିଇଓ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଇଭିଏମ୍ ଟ୍ରେନିଂ କାର୍ଯ୍ୟକ୍ରମ ସରିଛି। ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ସରିଛି। କେବଳ ତାରିଖକୁ ଅପେକ୍ଷା। ଭାରତୀୟ ନିର୍ବାଚନ ଆୟୋଗ(ସିଇସି)ଙ୍କୁ ଏଇ ସମ୍ପର୍କରେ ଜଣାଇ ଦେଇସାରିଛୁ। ବୁଧବାର ପର୍ଯ୍ୟବେକ୍ଷକ ବୈଠକ ପରେ ଗଣମାଧ୍ୟମକୁ ପୁଣିଥିରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀ। ସେ କହିଛନ୍ତି, ଏଥର ପ୍ରତି ହଜାର ଭୋଟର୍ଙ୍କୁ ନେଇ ବୁଥ୍ ହେବ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ପୂର୍ବାପେକ୍ଷା ବୁଥ୍ ସଂଖ୍ୟା ବଢ଼ିବ। ଫଳରେ କରୋନା ମହାମାରୀ ସମୟରେ ବୁଥ୍ରେ ଭୋଟ୍ଦାନ ପାଇଁ ମତଦାତାଙ୍କର ସେତେଟା ଭିଡ଼ହେବ ନାହିିଁ। ନିର୍ବାଚନା ପରିଚାଳନା କରୁଥିବା ଅଧିକାରୀ ଓ ସୁରକ୍ଷା କର୍ମଚାରୀଙ୍କୁ ବି କାର୍ଯ୍ୟକରିବାରେ ସମସ୍ୟା ରହିବ ନାହିଁ।