ହେଲମେଟ ଯାଞ୍ଚ ବେଳେ ଡିକିରୁ ବାହାରିଲା ମାଉଜର

ଜଗନ୍ନାଥପ୍ରସାଦ,ଏନଏନଏସ: ଜଗନ୍ନାଥପ୍ରସାଦ ଥାନା ନିକଟ ରାଜ୍ୟ ରାଜପଥରେ ଗାଡ଼ିମଟର ଯାଞ୍ଚ କରୁଥିବା ସମୟରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେମାନେ ହେଲେ ଭୁବନେଶ୍ୱର ରିକ୍ସା କଲୋନୀର ମନୋଜ କୁମାର ବେହେରା ଓ ରମ୍ଭା ଥାନା ଅନ୍ତର୍ଗତ ବଳରାମପଲ୍ଲୀ ଗ୍ରାମର ନାରାୟଣ ବେହେରା । ସେମାନଙ୍କ ଠାରୁ ଗୋଟିଏ ମାଉଜର ଜୀବନ୍ତ ଗୁଳି, ଗୋଟିଏ ସ୍କୁଟି ଓ ଦୁଇଟି ମୋବାଇଲ ପୋଲିସ ଜବତ କରିଛି। ଥାନା କେସ୍ ୫୪/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଗତକାଲି ସନ୍ଧ୍ୟାରେ ଜଗନ୍ନାଥ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ସଦଳବଳ ଥାନା ଛକରେ ଗାଡି ଯାଞ୍ଚ କରୁଥିବା ବେଳେ ସ୍କୁଟି (ଓଡି୦୭ଏଡି-୧୭୩୨) ରେ ମନୋଜ ବେହେରା ଓ ନାରାୟଣ ବେହେରା ଚୋପରା ଗ୍ରାମରୁ ଜଗନ୍ନାଥପ୍ରସାଦ ଅଭିମୁଖେ ଆସୁଥିଲେ। ପୋଲିସ ତାଙ୍କୁ ଅଟକାଇଥିଲେ ସେମାନେ ବେଖାତିର କରି ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ପୋଲିସ ବାଇକ ପିଛା କରି ଧରିବାରେ ସଫଳ ହୋଇଥିଲା।