କୋରୁକୋଣ୍ଡା,ଏନ୍ଏନ୍ଏସ୍: ବନ ବିଭାଗ ଚଢ଼ଉ କରି ଚିତ୍ରକୋଣ୍ଡା ଘାଟିରୁ କୋଇଲା ବୋଝେଇ ପିକଅପ ଗାଡିକୁ ଜବତ କରିଛି। ଗାଡିରେ କୋଇଲା ଚାଲାଣ ହେଉଥିବା ଜାଣି ସ୍ଥାନୀୟ ବ୍ୟକ୍ତି ବନପାଳ ଏବଂ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ସେମାନେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେଙ୍କୁ ଜଣାଇଥିଲେ। ମାଲକାନଗିରି ବନଖଣ୍ଡ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବନପାଳ ଶିବାନନ୍ଦ ଲେଙ୍କା ଏବଂ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ ଘଟଣାସ୍ଥଳରେ ପହଞ୍ଚି କୋଇଲା ବୋଝେଇ ଗାଡିକୁ ବାଲିମେଳା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣିଥିଲେ। ଗାଡିରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ବସ୍ତା କୋଇଲା ଜବତ ହୋଇଛି।