ବସ୍, କାର୍ ଇତ୍ୟାଦିରେ ଯାତ୍ରା କରିବା ସମୟରେ ଅଧିକାଂଶ ଲୋକଙ୍କଶ ବାନ୍ତି ହୋଇଥାଏ। ଅନେକ ଲୋକଙ୍କୁ ଦୀର୍ଘଯାତ୍ରା କରିବା ଦ୍ୱାରା କିମ୍ବା ବଙ୍କା ରାସ୍ତାରେ ମଧ୍ୟ ବାନ୍ତି ଲାଗିଥାଏ । ଯାହାଦ୍ୱାରା ସେମାନେ କୁଆଡେ ବୁଲିବାକୁ ଯିବାକୁ ସଙ୍କୋଚ କରନ୍ତି । ଏପରି ପରିସ୍ଥିତିରେ, ଆପଣ କିଛି ଘରୋଇ ଉପଚାର ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆଜି ଆମେ ଆପଣଙ୍କୁ ୫ଟି ଘରୋଇ ଉପଚାର କହିବୁ, ଯାହାଦ୍ୱାରା ଆପଣ ଯାତ୍ରା କରୁଥିବା ସମୟରେ ବାନ୍ତି ଲାଗିଲେ ଏହା କରିବା ଦ୍ୱାରା ବାନ୍ତି ରୋକିବାରେ ସଫଳ ହୋଇପାରିବେ ।
ତୁଳସୀପତ୍ର: ବାନ୍ତିକୁ ରୋକିବାରେ ତୁଳସୀ ପତ୍ର ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଯେତେବେଳେ ଆପଣଙ୍କୁ ବାନ୍ତି ଲାଗିବ, ତୁରନ୍ତ ୪ରୁ ୫ଟି ତୁଳସୀ ପତ୍ର ଚୋବାଇଦିଅନ୍ତୁ । ଏହା ସହିତ, ଯଦି ଆପଣ ଚାହାଁନ୍ତି, ଏକ ଛୋଟ ବୋତଲରେ ତୁଳସୀ ରସ ବାହାର କରନ୍ତୁ । ଯେତେବେଳେ ଆପଣଙ୍କୁ ବାନ୍ତି ଲାଗିବ, ଅଳ୍ପ ମହୁ ସହିତ ଏହାକୁ ପିଇଦିଅନ୍ତୁ ।
ଗୋଲମରିଚ: ଗାଡିରେ ଯିବାବେଳେ ଯଦି ଆପଣ ବାନ୍ତି କରୁଛନ୍ତି କିମ୍ବା ବାନ୍ତି ଲାଗୁଛି, ତେବେ ୨ରୁ ୩ଟି ଗୋଲମରିଚ ଚୋବାନ୍ତୁ । ଆପଣ ଏଥିରୁ ଲାଭ ପାଇବେ ।