ବାଲେଶ୍ୱରରେ ଗର୍ଜିଲେ ଧର୍ମେନ୍ଦ୍ର : ଅହଙ୍କାରୀଙ୍କର ସଦବୁଦ୍ଧି ହେଉ

ବାଲେଶ୍ୱର, ଏନ୍ଏନ୍ଏସ୍: ଉପ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରଚାର ଜୋରଦାର ହେଉଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ରୁପ୍ସାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ପ୍ରଜାତନ୍ତ୍ରରେ ଅହଙ୍କାରର ସ୍ଥାନ ନାହିଁ, ଅହଙ୍କାରୀଙ୍କର ସଦବୁଦ୍ଧି ହେଉ। ସ୍ୱୟଂ ସହାୟିକା ଭଉଣୀମାନଙ୍କୁ ମୁଣ୍ଡପିଛା ୨ଶହ ଟଙ୍କା ଦେଉଥିବା ଆଲୋଚନା ହେଉଛି। ଯଦି ଲୋକଙ୍କୁ ଦେବା କଥା, କରୋନା ବେଳେ କାହିଁକି ଦେଲ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ସେ ଆହୁରି କହିଛନ୍ତି ବାଲେଶ୍ୱରର ବିକାଶ ପାଇଁ ମୋଦି ପ୍ରାୟ ୧ ହଜାର କୋଟି ଦେଇଛନ୍ତି। ମୋଦି ଟଙ୍କା ଦେଉଛନ୍ତି ହେଲେ କାମ ହେଉନି। ଫଳରେ ଏଠିକାର ଯୁବକ ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି। ବାଲେଶ୍ୱରକୁ ଦେଶର ଅଗ୍ରଣୀ ବାଣିଜ୍ୟିକ ପେଣ୍ଠସ୍ଥଳ କରିବା ଆମର ଲକ୍ଷ୍ୟ। ବାଲେଶ୍ୱରକୁ ରୋଜଗାରର ନୂଆ କେନ୍ଦ୍ର ଭାବେ ତିଆରି କରିବାକୁ ପଡ଼ିବ । ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ପ୍ରଧାନ ଗତ ରାତିରୁ ବାଲେଶ୍ୱରରେ ପହଞ୍ଚିଛନ୍ତି । ଆଜି ସେ ସାଧାରଣ ସଭାକୁ ସମ୍ବୋଧନ କରିବାସହ ଦଳୀୟ ପ୍ରାର୍ଥୀମାନସ ଦତ୍ତଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି।