ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ବଲାଙ୍ଗିର,ଏନ୍ଏନ୍ଏସ୍: ଗତକାଲି ରାତ୍ରିରେ ପାଟଣାଗଡ ଧୂମାଭଟା ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ବାଇକ ଏବଂ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ପାଟଣାଗଡ ପଟୁ ବେହେରାବନ୍ଧ ଗ୍ରାମକୁ ୩ ଜଣ ଯୁବକ ଏକ ଆପାଚି ଗାଡିରେ ଦୃତ ଗତିରେ ଯାଉଥିବା ସମୟରେ ଟିଟିଲାଗଡରୁ ପାଟଣାଗଡକୁ ଆସୁଥିବା ଏକ ନମ୍ବର ବିହୀନ ମହିନ୍ଦ୍ରା ବୋଲେରୋ ପିକଅପ୍ ଭ୍ୟାନ ସହ ମୁହାଁମୁହିିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ୩ ଜଣ ଯୁବକ ଛିଟିକି ପଡିଥିଲେ।

ବଲାଙ୍ଗିର ମନହରପୁରର ରାଜୁ ବନଛୋରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଟଣାଗଡ ଟିକପାଲିର ଅଖିଳେଶ ଘିଭେଲା ଏବଂ ବେହେରାବନ୍ଧ ଗ୍ରାମର ଡୋଲାମଣି ବନଛୋରଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।