ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କୁ ପୁଣିଥରେ ବ୍ରେନଷ୍ଟ୍ରୋକ, ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

କଟକ,ଏନ୍ଏନ୍ଏସ୍: ପଦ୍ମଶ୍ରୀ ଡି.ପ୍ରକାଶ ରାଓ ପୁଣିଥରେ ବ୍ରେନଷ୍ଟ୍ରୋକର ଶିକାର ହୋଇଥିବା ଏସ‌ସିବି ମେଡିସିନ୍‌ ବିଭାଗର ମୁଖ୍ୟ ତଥା ପ୍ରକାଶଙ୍କ ଚିକିତ୍ସା ପାଇଁ ଗଠିତ ବିଶେଷଜ୍ଞ ଟିମ‌ର ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ସେ ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଏସସିବିରେ ଚିକିତ୍ସିତ ହେଉଥିବାବେଳେ ଥରେ ବ୍ରେନଷ୍ଟ୍ରୋକର ଶିକାର ହୋଇଥିଲେ। ବର୍ତ୍ତମାନ ପୁଣିଥରେ ବ୍ରେନଷ୍ଟ୍ରୋକର ହୋଇଛନ୍ତି। ଗତ ରବିବାର ରାତିରେ ପ୍ରକାଶ ରାଓଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିଲେ। ତାଙ୍କୁ ଆଇସିୟୁରେ ରଖାଯାଇ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।