Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଫାଇଲେରିଆ ରୋଗମୁକ୍ତ ଅଭିଯାନରେ ସାମୁହିକ ଔଷଧ ସେବନ ଆରମ୍ଭ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଫାଇଲେରିଆ ରୋଗମୁକ୍ତ ଅଭିଯାନରେ ସାମୁହିକ ଔଷଧ ସେବନ ଆରମ୍ଭ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ସମଗ୍ର ରାଜ୍ୟରେ ଫାଇଲେରିଆ ମୁକ୍ତ ଅଭିଯାନକ୍ରମେ ମୁନିଗୁଡ଼ା ବ୍ଲକରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆରମ୍ଭ ହୋଇଛି । ଏହାସହ ସମଗ୍ର ମୁନିଗୁଡ଼ା ବ୍ଲକ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିବା ପାଇଁ ଏକ ସଚେତନତା ରଥକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସବ୍ୟସାଚୀ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା ଓ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମୁନିଗୁଡ଼ା ରୋଟାରୀ କ୍ଲବ ବରିଷ୍ଠ ରୋଟାରୀଆନ ସୁଷମା ସିପକା ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା ସବୁଜ ପତାକା ଦେଖାଇ ସଚେତନତା ରଥକୁ ପରିକ୍ରମା ପାଇଁ ସବୁଜ ସଂକେତ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଡ଼ା. ଆଶିଷ କୁମାର ପଣ୍ଡା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଯୁକ୍ତା ଗୋମାଙ୍ଗ, ଗ୍ରାମ୍ୟ ସ୍ୱାସ୍ଥ୍ୟ ସୁପର ଫାଇଜର ସୌଦାମିନୀ ମଲ୍ଲିକ, ଫାର୍ମାସିଷ୍ଟ ଲକ୍ଷ୍ମଣ ବାଗ, ଲାବରଟରି ଟେକ୍ନିସିଆନ ଗୌରାଙ୍ଗ ବାରିକ, ରୋଟାରିଆନ ସୁଦାମ ପଣ୍ଡା, କେ ରମେଶ ରାଜୁ, ରାଜେଶ ଜୈନ, ନରେଶ ପାତ୍ର, କେ.ଶ୍ରୀନିବାସ ରାଓ, ବି.ଆନନ୍ଦ ରାଓ, ଭି. ପ୍ରସନ୍ନ କୁମାର, ପି.ଗୌରିଶଙ୍କର ପାତ୍ର, କେ.ସତ୍ୟରାମ ରାଓ, ବଳଦେବ ଶତପଥୀ, ସନ୍ତୋଷ ଚୌଧୁରୀ, ସାମ୍ବାଦିକ ମନୋରଞ୍ଜନ ଦଳାଇ, ସିମାଞ୍ଚଳ ପଣ୍ଡା, ନନ୍ଦକିଶୋର ପଟ୍ଟନାୟକ, ଗଣେଶ୍ୱର ରାଓ, କ୍ଷମାସାଗର ଦାସ, ଗଣେଶ ପାତ୍ର ଓ ସମାଜସେବୀ ବୃନ୍ଦାବନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ହସ୍ପିଟାଲ ପରିସରରେ ଡ଼ା. ଶ୍ରୀ ମହାପାତ୍ର ନିଜେ ମେଡିସିନ ଖାଇବା ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନୁଣ୍ଡ୍ରୁକା, ରୋଟାରିଆନ ଶ୍ରୀମତୀ ସୀପକା, ସାମ୍ବାଦିକ ମନୋରଞ୍ଜନ ଦଳାଇ, ଗଣେଶ୍ୱର ରାଓ ଓ କ୍ଷମାସାଗର ଦାସଙ୍କୁ ମେଡିସିନ ଖୁଆଇ ଫାଇଲେରିଆ ମୁକ୍ତ ଅଭିଯାନର ଶୁଭାରମ୍ଭ କରିଥିଲେ । ମୁନିଗୁଡ଼ା ବ୍ଲକର ୧୭ଟି ପଞ୍ଚାୟତର ସମସ୍ତ ସ୍କୁଲରେ ଔଷଧ ଖୁଆଇବା ଅଭିଯାନ ଆରମ୍ଭ ହୋଇଯାଇଛି । ଏଥିପାଇଁ ୧୪୮ଜଣ ଆଶାକର୍ମୀ, ୯୮ ଜଣ ଅଙ୍ଗନବାଡ଼ି, ୬୫ ଜଣ ହର୍ଷ ଟ୍ରଷ୍ଟ ସଦସ୍ୟ,୧୭ ଜଣ ଏସଏସଜି ସଦସ୍ୟା,୯୬ ଜଣ ସ୍ୱେଛାସେବୀ, ୨ଜଣ ସ୍କୁଲ ୱାଡେନ୍ ଓ ୨ ଜଣ ସ୍କୁଲ ଏନଏମ୍ ମୋଟ ୪୨୯ଜଣ ଏହି କାର୍ଯ୍ୟକ୍ରମରେ ନିଯୁକ୍ତ ଅଛନ୍ତି ବୋଲି ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସବ୍ୟସାଚୀ ମହାପାତ୍ର ସୂଚିତ କରାଇଛନ୍ତି ।