ହାଡ଼ଭଙ୍ଗା ଶୀତରେ ଶ୍ରୀମନ୍ଦିରର ଦୁଃଖଦ ଚିତ୍ର !

ପୁରୀ,ଏନ୍ଏନ୍ଏସ୍: ପୁରୀ ଶ୍ରୀମନ୍ଦିରର ବାହାରକୁ ସୁନ୍ଦର ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ତାହାର ବାସ୍ତବ ଚିତ୍ର ଆଉ କିଛି ବୟାନ କରୁଛି। ହାଡଭଙ୍ଗା ଶୀତରେ ଯାତ୍ରୀମାନେ ଶ୍ରୀମନ୍ଦିର ନିକଟ ଖୋଲା ଆକାଶ ତଳେ ଶୋଉବାର ଚିତ୍ର ନଜରକୁ ଆସିଛି।

ପ୍ରବଳ ଶୀତକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅସହାୟ, ନିରାଶ୍ରୟ ଓ ଯାତ୍ରୀମାନଙ୍କୁ ବିଶ୍ରାମାଗାର ରହିବା ନିମନ୍ତେ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେହି ନିର୍ଦ୍ଦେଶ କେତେ ପାଳନ ହେଉଛି, ତାହା ଏଠାରେ ହିଁ ଜଣାପଡୁଛି।

ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ରାଜ୍ୟ ତଥା ଦେଶ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି। କିନ୍ତୁ ଏତେ ସବୁ ପରେବି ଜିଲ୍ଲା ପ୍ରଶାସନର ନଜର ଏହି ଅସହାୟଙ୍କ ପାଇଁ କିପରି ଆସିନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ। ତେବେ ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ରହଣୀ ତଥା ଅସହାୟଙ୍କ ଥଇଥାନ ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।