ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ: ୫ ଗୁରୁତର, ହେଲ୍ପଲାଇନ ନମ୍ବର ଜାରି

କଟକ,ଏନ୍ଏନ୍ଏସ୍: ମୁମ୍ବଇ-ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଗୁରୁବାର ସକାଳ ୭ଟା ସୁଦ୍ଧା ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘନ କୁହୁଡି ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସମାନ ଧାରଣାରେ ଠିଆ ହୋଇଥିବା ଏକ ମାଲବାହୀ ଗାଡିକୁ ୧୨୮୭୯ ଲୋକମାନ୍ୟ ତିଳକ ଏକ୍ସପ୍ରେସ ପଛପଟୁ ଧକ୍କା ଦେଇଥିଲା ।

ଏଥିରେ ପ୍ରାୟ ୮ଟି ବଗି ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚିଛି । ୩୦ରୁ ୪୦ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୫ ଜଣ ଅବସ୍ଥା ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ଉକ୍ତ ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ୨ଟି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ୨ଟି ନମ୍ବର ୦୬୭୧-୧୦୭୨,୦୬୭୪-୧୦୭୨ରେ ଫୋନ କରି ଯାତ୍ରୀଙ୍କ ସଂପର୍କୀୟମାନେ ସୂଚନା ପାଇ ପାରିବେ।