ଭିଜିଲାନ୍ସ ଜାଲରେ ପିଇଓ

କଳାହାଣ୍ଡି,ଏଜେନ୍ସି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ଆଜି ଭିଜିଲାନ୍ସ ରେଡ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ୩ଟି ସ୍ଥାନରେ ରେଡ ହୋଇଛି। ପିଇଓ ବାଲେଶ୍ୱର ନାଏକଙ୍କ ଭବାନୀପାଟଣା ଘର, ଭେଲା ଗାଁ ଘର ଓ ପଞ୍ଚାୟତ ଅଫିସରେ ରେଡ ହୋଇଛି। ବର୍ତ୍ତମାନ ସୁଦ୍ଧା ରେଡ ଜାରି ରହିଥିବାରୁ ଏସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ।