ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୦ ହଜାର ୨୧ ନୂଆ କରୋନା ଆକ୍ରାନ୍ତ। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୭ ହଜାର ୮୭୧କୁ ବୃଦ୍ଧି ପାଇଛି। ଏଥିସହିତ ସାରା ଦେଶରୁ ଆଉ ୨୧ ହଜାର ୧୩୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ୍ ସୁସ୍ଥ ସଂଖ୍ୟା ୯୭ ଲକ୍ଷ ୮୨ ହଜାର ୬୬୮ ରେ ପହଞ୍ଚିଥିବା ବେଳେ ଏହି ସୁସ୍ଥ ହାର ୯୬ ପ୍ରତିଶତରୁ ଅଧିକ ରହିଛି। ଏବେ ୨ ଲକ୍ଷ ୭୭ ହଜାର ୩୦୧ଟି ଆକ୍ଟିଭ୍ କେସ୍ ରହିଛି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ମହାମାରୀ କରୋନା ନେଇଛି ୨୭୯ ସଂକ୍ରମିତଙ୍କ ଜୀବନ। କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୯୦୧କୁ ବୃଦ୍ଧି ପାଇଛି। ଦେଶରେ ମୃତ୍ୟୁ ହାର ରହିଛି ୧.୪୫%।