ଗୁଣୁପୁରରେ ସରକାରୀ ଚାଉଳ ପିଡିଏସ୍‌ର ଚୋରା ଚାଲାଣ: ମାଡିବସିଲା ପୁଲିସ, ୨ ଗିରଫ

ରାୟଗଡା,ଏନ୍‌ଏନ୍‌ଏସ୍‌: ରାୟଗଡା ଜିଲ୍ଲାରେ ବଢୁଛି ସରକାରୀ ପିଡିଏସ୍‌ ଚାଉଳର ଚୋରା ଚାଲାଣ। ଥରେ ନୁହଁ, ଦୁଇ ଥର ନୁହଁ ଗୁଣପୁର ସହରରେ ବାରମ୍ବାର ପିଡିଏସ୍‌ ଚାଉଳ ଚୋରା ଚାଲାଣ ହେଉଥିବା ନଜରକୁ ଆସିଛି। ବିଶେଷ ସୂତ୍ରରୁ ଖବରପାଇ ଗୁଣୁପୁର ଆଦର୍ଶ ପୁଲିସ ଗୁଣୁପୁର ବ୍ଲକ୍‌ ଚାଲାକମ୍ବା ଗ୍ରାମରେ ଥିବା କାଜୁ ମିଲ ଉପରେ ଚଢଉ କରିଥିଲେ। ଏହି ସମୟରେ ଏକ ଟ୍ରକରେ ୧୦୦ ବସ୍ତା ଯୋଗାଣ ବିଭାଗର ଚାଉଳ ଉଦ୍ଧାର କରିଥିବା କହିଛନ୍ତି ଗୁଣୁପୁର ଆଦର୍ଶ ପୁଲିସର ଥାନା ଅଧିକାରୀ ଯଶବନ୍ତ ହିଆଲ। ଏହି ଚାଉଳ ନେଇ କାଜୁ ମିଲ୍‌ ମାଲିକଠୁ ସନ୍ତୋଷ ଜନାକ ଉତ୍ତର ନମିଳିବାରୁ ସେ ମଧ୍ୟ ଏହି ଚୋରା କାରବାରରେ ସମ୍ପୃକ୍ତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

ଏହା ପରେ ପୁଲିସ ଟ୍ରକ ଡ୍ରାଇଭର ଏବଂ କାଜୁ ମିଲ୍‌ ମାଲିକଙ୍କୁ ଗିରିଫ କରାଯାଇଥିବା କହିଛନ୍ତି ଥାନା ଅଧିକାରୀ ଯଶବନ୍ତ ହିଆଲ। ପୂର୍ବରୁ ମଧ୍ୟ ପୁଟାସିଂଠାରୁ ୬୦ ବସ୍ତା ପିଡିଏସ୍‌ ଚାଉଳ ଜବତ କରି ଜଣଙ୍କୁ ଗିରଫ କରିଥିଲା ଗୁଣପୁର ପୁଲିସ। ଏତେ ପରିମାଣରେ କେମିତି ଏବଂ କାହା ନିର୍ଦ୍ଦେଶରେ ସରକାରୀ ଚାଉଳ ଚୋରା ଚାଲାଣ ହେଉଛି। ତାର ଉଚ୍ଚସ୍ତରୀୟ କରିବାକୁ ସାଧାରଣରେ ଦାବି ହେଉଛି।