ପାଟଣାଗଡ଼ ପୁଲିସର ଚଢ଼ଉରେ ବିପୁଳ ପରିମାଣରେ ବିଦେଶୀ ମଦ ସହ ଏକ କାର ଜବତ, ୨ ଗିରଫ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣରେ ବିଦେଶୀ ମଦ ଏକ ମାରୁତି ୱାଗନର ସହ ୨ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ପାଟଣାଗଡ଼ ଏସଡିପିଓ ସୁରେଶ ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚାନ ଦେଇଛନ୍ତି। ଖବରରୁ ପ୍ରକାଶ ଯେ ପାଟଣାଗଡ଼ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ବରପଦର ଠାରେ ଥିବା ବ୍ରିଜ ନିକଟରୁ ଏକ ଗାଡିରେ ଲରମ୍ଭା ପଟୁ ପାଟଣାଗଡ ଆସୁଥିବା ସମୟରେ ଗାଡିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଉକ୍ତ ଗାଡିରୁ ୩୦ ପେଟି ବିଦେଶୀ ମଦ ଜବତ ହୋଇଛି।

ଏଥିରେ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ନାଏକ ସୂଚନା ଦେଇଛନ୍ତି। ଉକ୍ତ ୨ଜଣ ହେଲେ ନଅଗାଁର ଛେଲିଆ ବେହେରା ଓ ଝାରଖଣ୍ଡର ଭିନେଶ ଯାଦବ। ତେବେ ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ କେ ପ୍ରିୟଙ୍କା ରାଉତରାୟ ଓ ସେକେଣ୍ଡ ଅଫିସର ବିଦେଶୀ ପ୍ରଧାନ, ଏଏସଆଇ ସୁଦର୍ଶନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।