ବଲାଙ୍ଗିର ଜିଲ୍ଲା କୃଷି ବିଭାଗ ପକ୍ଷରୁ ପାଟଣାଗଡ଼ ମିଲେଟ୍ ଫିଲ୍ମ ପରିଦର୍ଶନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା କୃଷି ବିଭାଗ ପକ୍ଷରୁ ପାଟଣାଗଡ଼ ବ୍ଲକ ମିଲେଟ୍ ଫିଲ୍ମ ପରିଦର୍ଶନ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଚଳିତ ବର୍ଷ ପ୍ରଥମଥର ପାଇଁ କ୍ଷୁଦ୍ର ଶିଷ୍ୟ ଚାଷ ମିଲେଟ ଆରମ୍ଭ କରାଯାଇ କାର୍ଯ୍ୟକାରୀ କରାଯାଇଛି । ଧାନ, କପା ଅପେକ୍ଷା ସହଜ ଏବଂ ସରଳ ଉପାୟରେ ଉତ୍ପାଦନକ୍ଷମ ମିଲେଟ ଜାତୀୟ ଚାଷ ମାଣ୍ଡିଆ, କୁଦୋ ଓ ଗୁର୍ଜି ଭଳିି ଫସଲ ବହୁଳ ପରିମାଣରେ ଚାଷ କରିବା ପାଇଁ ସରକାର ଅନେକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ସରକାରଙ୍କ ତରଫରୁ ଏହି ମିଲେଟ ମିଶନରେ ପାଟଣାଗଡ଼ ବ୍ଲକର ଅଧିକାର ସଂଘ ଦ୍ୱାରା ବ୍ଲକର ୬ଟି ପଞ୍ଚାୟତର ୨୬ଟି ଗ୍ରାମରେ ୨୦୦ ହେକ୍ଟର ପରିମିତ ଜମିରେ ଚାଷ କରାଯାଇଛି । ଗତ ଗୁରୁବାର ବଲାଙ୍ଗିର ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏକ ଟିମ୍ ପାଟଣାଗଡ଼ ବ୍ଲକର ତେଣ୍ଡାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନବାବେଜୁରି ଗ୍ରାମରେ ହୋଇଥିବା ମାଣ୍ଡିଆ ଚାଷର ପିଭିଟି ଫିଲ୍ମ ପରିଦର୍ଶନ କରିଥିଲେ । ଏହି ଟିମରେ କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗିର(କେଭିକେ)ର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସତ୍ୟମୟ ଶତପଥୀ, ଆତ୍ମା ବଲାଙ୍ଗିର ଡିପିଡି ଓ ସ୍କିମ ଅଫିସର ଗୌନ୍ତିଆ ରଣା, ସୁଧାକର ନନ୍ଦ ବିଏଓ ହରେକୃଷ୍ଣ ପଣ୍ଡା ଓ ବିଏଓ ପାଟଣାଗଡ଼ ପିଙ୍ଗୁସେନ କର ପ୍ରମୁଖ ଉପସ୍ଥିତ ଥିଲେ । ସାନବାବେଜୁରି ଗାଁର ଋଷିଙ୍କ ମଧ୍ୟରେ ପ୍ରଦୀପ କୁମାର ଠାକୁର,କନ୍ଦର୍ପ ଠାକୁର ଓ ଅନ୍ୟ ଋଷିମାନେ ଉପସ୍ଥିତ ଥିଲେ ।