୮ ବର୍ଷରେ ୨୫ରୁ ୮୫ କୋଟି ହୋଇଛି ଇଣ୍ଟରନେଟ ସଂଯୋଗ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସେବାର ଲଞ୍ଚ କରିଛନ୍ତି । ଏହି ଅବସରରେ ନିଜ ସମ୍ବୋଧନରେ ମୋଦୀ କହିଛନ୍ତି ଯେ, ଭାରତ ଅନ୍ୟ ଦେଶ ସହ ପାଦରେ ପାଦ ମିଶାଇ ଚାଲିବାକୁ ନେଇ ମୁଁ ଖୁବ୍ ଖୁସି ଅଛି । ଏହା ଭାରତର ଏକ ବଡ଼ ସଫଳତା । ୨୦୧୨ରେ ୬ କୋଟି ଲୋକ ଇଣ୍ଟରନେଟ ବ୍ୟବହାର କରୁଥିଲେ । ଆଜି ୮୦ କୋଟିରୁ ଅଧିକ ଲୋକ ଇଣ୍ଟରନେଟ ସେବାର ଉପଯୋଗ କରୁଛନ୍ତି । ୨୦୧୪ରେ ୨୫ କୋଟି ଇଣ୍ଟରନେଟ ସଂଯୋଗ ଥିବାବେଳେ ଆଜି ତାହା ୮୫ କୋଟିରେ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ଦେଶ ବିକାଶର ଏକ ବଡ଼ ଭିଜନ୍ । ଏହି ଟେକ୍ନୋଲୋଜୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଭିଜନର ଲକ୍ଷ୍ୟ ।