ପାଟଣାଗଡ଼ ସାମ୍ବାଦିକ ସଂଘର ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସାମ୍ବାଦିକ ସଂଘର ସଭାପତି କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ରାମଜୀଛକସ୍ଥିତ ମାରୱାଡି ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥିଭାବେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ଓ ସଂଘର ଆଇନ ପରାମର୍ଶଦାତା ଦର୍ପଗଞ୍ଜନ ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ କୈଳାଶ ଚନ୍ଦ୍ର ସାହୁଙ୍କ ସ୍ମୃତିଚାରଣ କରିଥିଲେ। ସଂଘର ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବରିଷ୍ଠ ସଭ୍ୟ ସଦାଶିବ ସରାଫ ଭାବବିହ୍ୱଳ ହୋଇ ଶ୍ରୀ ସାହୁଙ୍କ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଣିକ ସଂଘର ସଭାପତି ରାଜେଶ ମେହେର, ପ୍ରହ୍ଲାଦ ପାଢ଼ୀ, ବଂଶୀଧର ସେଠ୍, ବିଜୟ ମିଶ୍ର, ପ୍ରବୀଣ ପୁରୋହିତ, ଦୀପକ ଖମାରୀ ଓ ବିଶ୍ୱାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।