ରାଜ୍ୟରେ ଜୁନ୍ ପହିଲାକୁ ବଢ଼ିଲା ଲକଡାଉନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଜୁନ ୧ ତାରିଖ ସକାଳ ୫ଟା ଯାଏଁ ଲକଡାଉନ ବଢ଼ିଲା। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଲକଡାଉନ ସହ ସପ୍ତାହାନ୍ତ ସଟଡାଉନ ମଧ୍ୟ ଜାରି ରହିବ। ଏଣିକି ଦୈନିକ କୋହଳ ସମୟ ୬ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା। ଫଳରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଲୋକେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିବେ। ଏତଦବ୍ୟତୀତ ବାହାଘର, ବ୍ରତଘର ଓ ଶୁଦ୍ଧି କାର୍ଯ୍ୟରେ ୫୦ ବଦଳରେ ସର୍ବାଧିକ ୨୫ଜଣ ଏକାଠି ହୋଇପାରିବେ। ଏସବୁ କାର୍ଯ୍ୟରେ ଭୋଜିଭାତ ସମ୍ପୂର୍ଣ୍ଣ ମନା। ଘରକୁ ଡାକି ଅତିଥିଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ଅତିଥିଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।