ତୁରୁମୁଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫୦ଙ୍କୁ ଟିକାକରଣ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ୧୫୦ ଜଣଙ୍କୁ ଟିକା ଦିଆଯାଇଛି। ଟିକାକରଣ ପାଇଁ ପଞ୍ଚାୟତ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରାଯାଇଛି। ମହିଳା ସ୍ୱାସ୍ଥ୍ୟକର୍ମୀ ସ୍ୱାଗତିକା ସାହୁ ଟିକାକରଣ କରିଥିବାବେଳେ ତୁରୁମୁଙ୍ଗା ସ୍ୱାସ୍ଥକେନ୍ଦ୍ରର ଡା. ସୁବାସ ଚନ୍ଦ୍ର କର, ଫାର୍ମାସିଷ୍ଟ ଅଜୟ କୁମାର ସାହୁ, ମହିଳା ସ୍ୱାସ୍ଥ୍ୟକର୍ମୀ କୁନ୍ତଳା ମହାନ୍ତ, ଆଶାକର୍ମୀ ହେମଲତା ପୃଷ୍ଟି ଓ କେଦାର ନାଥ ନାୟକ ପ୍ରମୁଖ ସହଯୋଗ କରିଥିଲେ।