ପାଟଣାଗଡ଼ରେ ୮୬ତମ ଉତ୍କଳ ଦିବସ ପାଳିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ରମାଇ ହାଇସ୍କୁଲରେ ଆଜି ୮୬ତମ ଉତ୍କଳ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡା. ଅବଦୁଲ କାସ୍ୟାଫ ଓ ସମ୍ମାନିତ ଅତିଥି ଭାବେ ନବନିର୍ବାଚିତ ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳଙ୍କ ସହ ବେଲପଡା ବ୍ଲକ ଅଧ୍ୟକ୍ଷ ଟିନା କୁମ୍ଭାର, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷ ନିରୁପମା ପେଟଲ ଓ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗ ପ୍ରମୁଖ ଯୋଗେଦଇ ଉତ୍କଳ ଦିବସ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ଥାନୀୟ ସଙ୍ଗିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଥିଲେ । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନରେ ପ୍ରଥମେ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଅତୁଳନୀୟ ବୋଲି ମତ ଦେଇଥିଲେ । ଭାଷା ଭିତ୍ତିର ରଜ୍ୟ ଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀରେମାହନ ସେନାପତି, ଉତ୍କଳମଣୀ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ସ୍ୱାଭବ କବି ଗଙ୍ଗାଧର ମେହେର ଓ ରାଧାନାଥ ରାୟଙ୍କ ଚେଷ୍ଟାରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ବୋଲି କହିଥିଲେ । ପରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ପାଟଣାଗଡ଼ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅପର୍ଣ କରିଥିଲେ ।