ନୂଆଦିଲ୍ଲୀ: ସଂସଦରେ ବିଜେପିର ଶକ୍ତି ବଢ଼ିଥିବାବେଳେ କଂଗ୍ରେସର କମିଛି । ରାଜ୍ୟସଭା ନିର୍ବାଚନର ଆରମ୍ଭରେ କଂଗ୍ରେସର ୫ଟି ସିଟ୍ କମିଯାଇଛି । ରାଜ୍ୟସଭାରେ ପ୍ରଥମଥର ପାଇଁ ବିଜେପି ସଦସ୍ୟତାରେ ୧୦୦ରୁ ଅଧିକ ସଂଖ୍ୟା ପାର କରିଛି । ୧୯୮୮ ପରେ ଏହି ଉପଲବ୍ଧି ହାସଲ କରିଥିବା ପ୍ରଥମ ପାର୍ଟି ହେଉଛି ବିଜେପି । ନିର୍ବାଚନରେ ବିଜେପିର ସିଟ୍ ସଂଖ୍ୟା ୧୦୧ ହୋଇଥିବା ଜଣାପଡ଼ିଛି ।
ରାଜ୍ୟସଭାରେ ୧୦୦ ସିଟ୍ ହାସଲ କରିବା ପରେ ବିପକ୍ଷକୁ ଚଳିତ ବର୍ଷ ଅଗଷ୍ଟରେ ହେବାକୁ ଥିବା ଉପରାଷ୍ଟ୍ର ନିର୍ବାଚନ ଦୌଡ଼ରୁ ମଧ୍ୟ ବାହାର କରିଦେଇଛି । ଆସାମର ୨ଟି ରାଜ୍ୟସଭା ସିଟ୍ ଓ ତ୍ରିପୁରାର ଗୋଟିଏ ସିଟ୍ ପାଇଁ ଗତକାଲି ମତଦାନ ହୋଇଥିଲା ।