ପାଟଣାଗଡ଼ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର

ପାଟଣାଗଡ଼,ଏନଏନ୍‌ଏସ୍‌: ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ଯୁଗ୍ମ ଜନ ଶୁଣାଣୀ ଏବଂ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେର ବ୍ଲକର ବିଭିନ୍ନ ଗ୍ରାମରୁ ୮୫ଟି ଅଭିଯାଗ ଆସିଥିବାବେଳେ ୧୨ଟି ବ୍ୟକ୍ତିଗତ ଓ ସାମୁହିକ ସମ୍ୟାର ତତ୍କାଳ ସମାଧାନ କରାଯାଇଥିଲା । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ପ୍ରକଳ୍ପ ନିଦ୍ଦେର୍ଶକ ସୁଶାନ୍ତ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ଜିଏମଡିଆଇସି ବିପି ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜେନ୍ଦ୍ର ପ୍ରଧାନ, ଜଙ୍ଗଲ ବିଭାଗର ଏସିଏଫ, ପୂର୍ତ୍ତ ବିଭାଗର ଅର୍ଜୁନ ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୁଜିତ ପାଢ଼ୀ ଓ ଅବାକରୀ ଅଧିକାରୀ ସତ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ କଟକଣା ଯୋଗୁ ଦୀର୍ଘ ଅଢ଼େଇ ବର୍ଷ ଧରି ଜିଲ୍ଲାପାଳଙ୍କ ଜଣ ଶୁଣାଣୀ ବନ୍ଦ ରହିଥିବାବେଳେ ଏବେ ପୁଣି ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜନପ୍ରତିନିଧି ଉପସ୍ଥିତ ଥିଲେ । ପରେ ପାଟଣାଗଡ଼ ବ୍ଲକ ଅନ୍ତଗର୍ତ କେନ୍ଦୁମୁଣ୍ଡିଠାରେ ଆୟୋଜିତ ଏକ ସଚେତନତା ଶିବିରକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଥିଲେ ।