ଶ୍ରୀଲଙ୍କାକୁ ୨୧ ହଜାର ଟନ୍ ୟୁରିଆ ସାର ପଠାଇଲା ଭାରତ

ନୂଆଦିଲ୍ଲୀ: ଭାରତ ବିଶେଷ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଲଙ୍କାକୁ ୨୧ହଜାର ଟନ୍ ୟୁରିଆ ସାର ପ୍ରଦାନ କରିଛି । ଏହି ପଦକ୍ଷେପ ଦ୍ୱାରା ପଡ଼ୋଶୀ ଦେଶର ଚାଷୀଙ୍କୁ ସହାୟତା ମିଳିବା ସହ ଉଭୟ ଦେଶର ସମ୍ବନ୍ଧ ସୁଦୃଢ଼ ହେବ । ନିକଟରେ ସଙ୍କଟଗ୍ରସ୍ତ ଶ୍ରୀଲଙ୍କାକୁ ଏହା ହେଉଛି ଭାରତର ଦ୍ୱିତୀୟ ସହାୟତା ।

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଇନ୍ଧନ ଓ ଅନ୍ୟ ଆବଶ୍ୟକ ବସ୍ତୁର ଭାରି ମାତ୍ରାରେ ଅଭାବର ସାମ୍ନା କରିବାକୁ ପଡ଼ୁଛି । ଭାରତ ନିଜ ପଡ଼ୋଶୀ ଦେଶର ସହାୟତା କରିବା ପାଇଁ ଖାଦ୍ୟ ପଦାର୍ଥ, ଇନ୍ଧନ ଓ ସାର ଯୋଗାଉଛି । ଶ୍ରୀଲଙ୍କା ଏଥିଲାଗି ଭାରତଠାରେ ଆଭାର ବ୍ୟକ୍ତ କରିଛି ।