ଭାରତର ବଡ଼ ନେତାଙ୍କୁ ମାରିବାକୁ ଆଇଏସଆଇଏସ ରଚିଥିଲା ଯୋଜନା: ଋଷୀୟ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଋଷର ସଂଘୀୟ ସୁରକ୍ଷା ଏଜେନ୍ସି(ଏଫଏସବି) ଏକ ବଡ଼ ଖୁଲାସା କରିଛି । ଏଫଏସବି ଅଧିକାରୀ ଜଣେ ଆତ୍ମଘାତୀ ଆକ୍ରମଣକାରୀକୁ ଗିରଫ କରିଛି ଯିଏକି ଇସଲାମିକ ଷ୍ଟେଟ ଆତଙ୍କବାଦୀ ସମୂହ ଆଇଏସଆଇଏସର ଜଣେ ସଦସ୍ୟ । ସମ୍ପୃକ୍ତ ଆତଙ୍କବାଦୀ ଭାରତର ଜଣେ ବଡ଼ ନେତାଙ୍କ ବିରୋଧରେ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ରଚୁଥିବା ନେଇ ଏଜେନ୍ସି ସୂଚନା ପ୍ରଦାନ କରିଛି ।

ଗୃହ ମନ୍ତ୍ରଣାଳୟ ମୁତାବକ, ଆଇଏସଆଇଏସ ନିଜ ବିଚାରଧାରାକୁ ପ୍ରଚାର କରିବା ପାଇଁ ବିଭିନ୍ନ ଇଣ୍ଟରନେଟ ଆଧାରିତ ସୋସିଆଲ ମିଡିଆର ବ୍ୟବହାର କରୁଛି । ଏପରି ଏଜେନ୍ସି ଉପରେ ସାଇବରସ୍ପେସ ଦ୍ୱାରା ନଜର ରଖାଯାଇଛି ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।