ଉତ୍ତମ ଚିକିତ୍ସା ବଦଳରେ ରୋଗୀକୁ ଫେରାଇ ଦେଲେ

ପାଟଣାଗଡ଼,ଏନ୍ଏନ୍ଏସ୍ : ଜଣେ ରୋଗୀକୁ ଉତ୍ତମ ଚିକିତ୍ସା କରିବା ବଦଳରେ ତାକୁ ଘରକୁ ପଠାଇ ଦିଆଯାଇଛି। ଏବେ ସେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ୧୪ ବର୍ଷିୟା ବାଳିକା ଶ୍ରମିକର କ୍ଷେତ୍ରରେ। ପାଟଣାଗଡ଼ ବ୍ଲକ୍ ଗଙ୍ଗାସାଗର ପଞ୍ଚାୟତର ପୋଡଛାପର ଗାଁର ହନୁ ମାଝୀ ତାର ପରିବାର ସହିତ ଇଟା ଗଢିବାକୁ ତେଲେଙ୍ଗାନାର ମେହମୁବା ନଗର ଯାଇଥିଲେ। କରୋନା ମହାମାରୀ ଆତଙ୍କରେ ସେମାନେ ନିଜ ଘରକୁ ଚାଲିଆସିଥିଲା।

ଏମାନଙ୍କୁ ଗତ ୨୫ ତାରିଖରେ ପ୍ରଥମେ ପାଟଣାଗଡ ଜବାହରଲାଲ କଲେଜରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା। ପାଟଣାଗଡ ପ୍ରଶାସନ ପାଟଣାଗଡ ବ୍ଲକର ଲରମ୍ଭା ଅସ୍ଥାୟୀ କେନ୍ଦ୍ରକୁ ୨୬ ତାରିଖରେ ପଠାଇଦେଇଥିଲା। ସେଠାରେ ହନୁ ମାଝୀର ୧୪ ବର୍ଷିୟା ଝିଅର ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବଲାଙ୍ଗିର ମେଡିକାଲକୁ ୨୮ ତାରିଖରେ ପଠାଇ ଦେଇଥିଲେ। ସେଠାରେ ୧୪ ବର୍ଷିୟା ବାଳିକା ଉଚ୍ଚରକ୍ତଚାପ ସହିତ ନେପ୍ରୋଟିକ ସଂକ୍ରମଣ(କିଡନି) ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ହେଲେ ବଲାଙ୍ଗିର ମେଡିକାଲରେ କୌଣସି ପରୀକ୍ଷା ନକରି ପୁନଃ ଘସିଏନ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ। ଘସିଏନ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ପରେ ଲରମ୍ଭା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ। ଗତ ୨୬ ତାରିଖ ଠାରୁ ଗତ ୨୯ ତାରିଖ ପର୍ଯ୍ୟନ୍ତ ଏ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଟି ଅସହାୟ ଅବସ୍ଥାରେ ଏବେ ପାଟଣାଗଡ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରତ। ଏଠାରେ ପ୍ରକାଶ ଯେ ଯଦି ରୋଗୀକୁ ଉତ୍ତମ ଚିକିତ୍ସା ପାଇ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଯାଇଥିଲା ହେଲେ ସେଠାରେ ଚିକିତ୍ସା ବଦଳରେ ଡାକ୍ତରଖାନାରେ ନରଖି ପୁଣି ଲରମ୍ଭା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଦିଆଯିବାର ଉଦ୍ଦେଶ୍ୟ କ’ଣ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ। ଡାକ୍ତରଙ୍କ ମତରେ ଯଦି ଭୀମଭୋଇ ମେଡିକାଲରେ ରଖାଯାଇଥା’ନ୍ତା ତେବେ ଖୁବ ଶୀଘ୍ର ଉନ୍ନତୀ ହୋଇଥାନ୍ତା ବୋଲି ଜଣାଯାଏ।