ସ୍ନାନ ଯାତ୍ରାର ସିଧାପ୍ରସାରଣ କରିବ ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର : ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ଆସନ୍ତା ଜୁନ୍ ୫ରେ ହେବାକୁ ଥିବା ଏହାକୁ ନେଇ ଭକ୍ତମାନଙ୍କ ଭିତରେ ଅନେକ ଦ୍ୱନ୍ଦ ଥିଲା। ସ୍ନାନ ଯାତ୍ରା ହେବକି ନ ହେବ ତାହାକୁ ନେଇ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା। ଶେଷରେ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିଲେ ମହାପ୍ରଭୁଙ୍କ ସ୍ୱାନଯାତ୍ରା ସମ୍ପୂର୍ଣ୍ଣ ରିତିନୀତି ଅନୁସାରେ ସମ୍ପନ୍ନ କରାଯିବ। ଏହାକୁ ନେଇ କାର୍ଯ୍ୟସୂଚି ମଧ୍ୟ ତିନିଦିନ ତଳେ ପ୍ରକାଶ ପାଇଥିଲା। ରାତି ଗୋଟାଏରୁ ଠାକୁରମାନଙ୍କୁ ପହଣ୍ଡି କରାଯାଇ ସ୍ନାନମଣ୍ଡପକୁ ଅଣାଯିବ ଏବଂ ଭୋରୁ ସ୍ନାନ ମଣ୍ଡପରେ ତିନି ଠାକୁରଙ୍କୁ ବିଜେ କରାଯାଇ ସ୍ନାନ ଯାତ୍ରା ସମ୍ପୂର୍ଣ୍ଣ କରାଯାଇ ହାତୀବେଶ ମଧ୍ୟ କରାଯିବ।

ବିଗତ ବର୍ଷମାନଙ୍କ ପରି କିନ୍ତୁ ଏହି ଯାତ୍ରାକୁ ସର୍ବସାଧାରଣ ଦର୍ଶନ କରିବାକୁ ବଂଚିତ ହେବେ। କୌଣସି ଭକ୍ତଙ୍କୁ ବଡ଼ଦାଣ୍ଡକୁ ଛଡ଼ାଯିବ ନାହିଁ। କିନ୍ତୁ ଏହି କାର୍ଯ୍ୟକ୍ରମକୁ ସ୍ନାନ ମଣ୍ଡପ ଠାରୁ ହାତୀବେଶ ଶେଷ ପର୍ଯ୍ୟନ୍ତ ଭକ୍ତ ଟିଭି ମାଧ୍ୟମରେ ଦେଖିପାରିବେ। ଏହି ସ୍ନାନ ଯାତ୍ରାର ଲାଇଭକୁ ସିଧାପ୍ରଶାରଣ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ଅନ୍ୟ ସମସ୍ତ ଚ୍ୟାନେଲ୍ ଏହାକୁ ସୂଚନା ପ୍ରଶାରଣ ବିଭାଗ ଠାରୁ ନେଇ ନିଜ ନିଜ ଚ୍ୟାନେଲରେ ସିଧାପ୍ରଶାରଣ କରିପାରିବେ। ପାଖାପାଖି ୭୦ଦିନ ପରେ ବଡ଼ ଠାକୁରଙ୍କୁ ଭକ୍ତ ସ୍ୱଚକ୍ଷୁରେ ଦେଖିବାର ସୁଯୋଗ ପାଇବେ।