ଡେଲଟା ପ୍ଲସ ଭେରିଆଣ୍ଟରେ ତାମିଲନାଡ଼ୁରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଡେଲଟା ପ୍ଲସ ଭେରିଆଣ୍ଟର ପ୍ରକୋପ ଜାରି ରହିଛି। ଆଉ ଏହାର ପ୍ରଭାବରେ ଆଜି ତାମିଲନାଡ଼ୁର ମଦୁରେରେ ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡ଼ୁରେ ଡେଲଟା ପ୍ଲସ ଭେରିଆଣ୍ଟ ଯୋଗୁ ଏହା ପ୍ରଥମ ମୃତ୍ୟୁ ହୋଇଥିବାବେଳେ ଦେଶରେ ତୃତୀୟ ମୃତ୍ୟୁ ବୋଲି ଜଣାପଡ଼ିଛି।

ତାମିଲନାଡୁ଼ର ଚିକିତ୍ସା ଓ ପରିବାର କଲ୍ୟାଣ ମନ୍ତ୍ରୀ ଏମ୍. ସୁବ୍ରମଣ୍ୟମ୍ କହିଛନ୍ତି ଯେ, ରାଜ୍ୟରେ ଡେଲଟା ପ୍ଲସ ଭେରିଆଣ୍ଟର ୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ୨ଜଣ ସଂକ୍ରମଣ ମୁକ୍ତ ହୋଇସାରିଛନ୍ତି। ମଦୁରେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ନମୁନା ଏକତ୍ରିତ କରାଯାଇଥିଲା ଯେଉଁଥିରେ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଥିଲା। କିନ୍ତୁ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂକ୍ରମଣର ପୁଷ୍ଟି କରାଯାଇ ନାହିଁ।