ମହିଳାଙ୍କ ଉପରେ ଚଢ଼ିଗଲା କାର: କ୍ଷତିପୂରଣ ଓ ବାଇପାସ୍ ଦାବିରେ ରାସ୍ତାରୋକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ ନମ୍ବର ରାଜପଥ ଧାନବେଶୀ ନିକଟରେ ଦୁର୍ଘଟଣା ଘଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି କମଳା ମହନ୍ତ। କମଳା ଘର ସମ୍ମୁଖରେ ବସି ବାସନ ମାଜୁଥିବା ସମୟରେ କରଞ୍ଜିିଆ ପଟୁ ପାଟଣା ଆଡ଼କୁ ଯାଉଥିବା ଏକ କାର ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ କମଳାଙ୍କର ମୃତ୍ୟୁ ଘଟିଥିଲା। ତେବେ କ୍ଷତିପୂରଣ ଓ ବାଇପାସ ଦାବିରେ ଉତ୍ତ୍ୟକ୍ତ ଲୋକ ୨୨୦ ନମ୍ବର ରାଜପଥ ଧାନବେଣୀ ନିକଟରେ ରାସ୍ତାରୋକ କରିଛନ୍ତି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।