ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ଜଣ କ୍ୱାରେଣ୍ଟାଇନ ଓ ୧୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହିତ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷ୍ମୀନଗରରୁ ୬, ନୟାପଲ୍ଲୀରୁ ୪, ପୁରୁଣା ଭୁବନେଶ୍ୱରରୁ ୩, ଡୁମଡୁମା, ରସୁଲଗଡ଼ ଆଦିମାତା କଲୋନୀ, ପଟିଆ, ରସୁଲଗଡ଼ ପାଲା ମଣ୍ଡପ ନିକଟରୁ ୨ ଲେଖାଏଁ, ମାଷ୍ଟର କ୍ୟାଣ୍ଟିନ, ବରମୁଣ୍ଡା ଏଚବି କଲୋନୀ, ନୂଆଗାଁ, କଳିଙ୍ଗ ବିହାର, ନାଗେଶ୍ୱର ଟାଙ୍ଗି, ୟୁନିଟ-୨, ଘାଟିକିଆ, ନୟାପଲ୍ଲୀରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଝାରପଡ଼ା, ସହିଦ ନଗର, ୟୁନିଟ-୬ ଗଙ୍ଗନଗର ବସ୍ତି, ଡୁମଡୁମା ସୁବାସ ନଗର ବସ୍ତି, ଗଜପତି ନଗର ଓ ବୋମିଖାଲରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।
