ଖୋର୍ଦ୍ଧାରେ ଘରୋଇ କ୍ଲିନିକ ଓ ନର୍ସିଂହୋମ ଉପରେ ଚଢ଼ଉ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଘରୋଇ ନର୍ସିଂହୋମଗୁଡ଼ିକ କୋଭିଡ ନିୟମ ଉଲଂଘନ କରୁଥିବା ଅଭିଯୋଗ ବାରମ୍ବାର ହେଉଥିଲା। ଆଉ ଏହାକୁ ଦୃଷ୍ଟିରେ ରଖି ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକାଧିକ ନର୍ସିଂହୋମ ଉପରେ ଚଢ଼ଉ କରାଯାଇ ୨ଟି ଘରୋଇ କ୍ଲିନିକ ଯଥା ନନ୍ଦିଘୋଷ ଓ ଜୀବନରେଖା ଅଲଟ୍ରାଉଣ୍ଡକୁ ବନ୍ଦ କରାଯାଇଛି। ନନ୍ଦିଘୋଷକୁ ୧୫ ଦିନ ପାଇଁ ବନ୍ଦ କରାଯାଇ ୫୦ ହଜାର ଟଙ୍କା ଜୋରିମାନ ଆଦାୟ କରାଯାଇଥିବାବେଳେ ଜୀବନବିନ୍ଦୁ ଅଲଟ୍ରାସାଉଣ୍ଡକୁ ୭ଦିନ ପାଇଁ ବନ୍ଦ କରାଯାଇଛି। ସେହିପରି ପାର୍କଲ୍ୟାଣ୍ଡ ହସ୍ପିଟାଲରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନେଇ ପୌରନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଡି.ଶତପଥୀ ସୂଚନା ଦେଇଛନ୍ତି।