୭ ବର୍ଷୀୟ ଝିଅକୁ ଦୁଷ୍କର୍ମ କରି ବାପା ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ବାପା ଘରେ କେହିନଥିବା ସମୟରେ ମଦ ନିଶାରେ ନିଜର ୭ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିଥିବା ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ବୁଧବାର ପାଟଣା ଥାନା ଅଧିକାରୀ ଶିଶୁଟିର ଡାକ୍ତରୀ ମାଇନା କରାଇବା ପରେ ପାଟଣା ଥାନାରେ ଏକ ମାମଲା ରୁଜୁ କରି ପୋସ୍କୋ ଧାରା ଅନୁସାରେ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି।