ନାଳରେ ବୁଡି ଯୁବକ ମୃତ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କୁମୁଳାବାହାଳି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ନାଳରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିବା ଘଟଣା ଏବେ ସାରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, କୁମୁଳାବାହାଳି ଗ୍ରାମର ଅଭିମନ୍ୟୁ ମହାନ୍ତଙ୍କ ପୁଅ ସାରଙ୍ଗଧର ମହାନ୍ତ (୪୦) ଶୁକ୍ରବାର ଚିନାମାଳି ପଶି କୁମୁଳାବାହାଳି ମଧ୍ୟରେ ଥିବା ସିନ୍ଧୁଆ ନାଳକୁ ଗାଧୋଇବାକୁ ଯାଇଥିବା ସମୟରେ କୌଣସି କାରଣରୁ ବୁଡି ପ୍ରାଣ ହରାଇଥିଲେ । ଶୁକ୍ରବାର ସେ ଘରକୁ ନଫେରିବାରୁ ଘରଲୋକେ ଖୋଜାଖୋଜି କରିବା ପରେ ଶନିବାର ସକାଳୁ ତାଙ୍କ ମୃତଦେହ ତୁଠ ନିକଟରୁ ଭାସୁଥିବା ଦେଖାଯାଇଥିଲା । ଏ ନେଇ ଗାଁ’ ଲୋକେ ଘଟଗାଁ ଥାନାକୁକୁ ସୂଚନା ଦେବା ପରେ ପୋଲିସ ସିନ୍ଧୁଆ ନାଳରୁ ସାରଙ୍ଗଧରଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇଛି।