ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟ ବାହାରୁ କିମ୍ବା କରୋନା ଲକ୍ଷଣ ଦେଖାଦେଲେ ସଂଗରୋଧ କେନ୍ଦ୍ରରେ ରହିବାକୁ ରାଜ୍ୟ ସରକାର କହିଥିଲେ । ଆଜି ସେହି ସଂଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ,ପିଡି ଓ ବିଡିିଓଙ୍କୁ ଚିଠି ଲେଖି ଖର୍ଚ୍ଚର ହିସାବ ମାଗିଛିି ପଞ୍ଚାୟତିରାଜ ବିଭାଗ । ଜୁନ ୧୯ ଭିତରେ ଖର୍ଚ୍ଚ ହିସାବ ଦେବାକୁ ପଞ୍ଚାୟତିରାଜ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପଞ୍ଚାୟତସ୍ତରରେ ପ୍ରାୟ ୧୬,୮୧୩ ସଂଗରୋଧ କେନ୍ଦ୍ର ରହିଥିବା ନେଇ ସୂଚନା ରହିଛି ।