ବିପୁଳ ପରିମାଣର ମହୁଲି ମଦ ଜବତ; ୩ ମହିଳା ଗିରଫ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଶୁକ୍ରବାର ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହିତ ୩ ଜଣ ମହିଳାଙ୍କୁ ଗିରିଫ କରି କୋର୍ଟ ଚାଲଣା କରିଛି। ଗିରଫ ମହିଳା ହେଲେ ନୂଆଖମଣ ଗ୍ରାମର ସୁମିତ୍ରା ମୁଣ୍ଡା, ଦୁଆଘାଟ ଗ୍ରାମର ସେବତୀ ପରିଡା ଓ ନୂଆଗାଁ ଗ୍ରାମର ରିଙ୍କି ମୁଣ୍ଡା ବୋଲି ଜଣାପଡ଼ିଛି। ସେମାନଙ୍କ ପାଖରୁ ୪୬ ଲିଟର ମହୁଲି ମଦ ଜବତ କରାଯାଇଛି। ଏହି ଚଢ଼ଉରେ ପାଟଣା ଅବକାରୀ ବିଭାଗର ଦିଲ୍ଲୀପ କୁମାର ତାଣ୍ଡି, ଜନାର୍ଦ୍ଦନ ପଲେଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।