ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ ଜିଲ୍ଲା By Nitidin On Apr 16, 2020 Share ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ନବଜାତ ଶିଶୁ ପୁତ୍ରର ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗଦଗଦି ଗ୍ରାମର ବିକାଶ ବେହେରା ପତ୍ନୀ ରାଧିକା ବେହେରା (୨୫) ଗର୍ଭବତୀ ଥିଲେ । ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ପରେ ଡାକ୍ତର ତାଙ୍କୁ ଲେବର ରୁମକୁ ନେଇ ଚିକିତ୍ସା କରିଥିଲେ। କିଛି ସମୟ ପରେ ପୁତ୍ର ସନ୍ତାନ ଜନ୍ମ ହେବା ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଶିଶୁପୁତ୍ର ଟିର ମୃତ୍ୟୁ ପରେ ମଧ୍ୟ ପରିବାର ଲୋକଙ୍କୁ ଜଣାଇନଥିଲେ ଚିକିତ୍ସା କରୁଥିବା ଡାକ୍ତର। ଏଥି ସହିତ ଆଦିବାସୀ ପରିବାର ହୋଇଥିବାରୁ ପ୍ରସୂତି ଙ୍କୁ ଡାକ୍ତର ଏବଂ ନର୍ସ ଚିକିତ୍ସାରେ ଅବହେଳା କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତ ଶିଶୁପୁତ୍ର ର ବାପା ବିକାଶ ବେହେରା । ଏ ସମ୍ପର୍କରେ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶ୍ୟାମସୁନ୍ଦର ଟୁଡୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଅଶୋକ କୁମାର ଦାଶ ଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ଘଟଣା ର ତଦନ୍ତ କରାଯିବ ବୋଲି କହିଛନ୍ତି। ଘଟଣା ର ତଦନ୍ତ କରି ଚିକିତ୍ସା ରେ ଅବହେଳା କରିଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୃତ ଶିଶୁପୁତ୍ର ର ବାପା ବିକାଶ ବେହେରା ଦାବି କରିଛନ୍ତି। Share