ଭୁୁବନେଶ୍ୱର : ଲକଡାଉନ କାରଣରୁ ପିଲାମାନଙ୍କର ପାଠ ପଢା ପ୍ରଭାବିତ ହେଉଥିବା କାରଣରୁ ଏବେ ପିଲାମାନେ ହ୍ୱାଟସଆପ ଜରିଆରେ ପାଠ ପଢିବେ । ଶିକ୍ଷା ସଂଯୋଗ ଶିକ୍ଷା ସଂଯୋଗ ହ୍ୱାଟସଆପ ଗ୍ରୁପ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ ଯାଏ ପିଲାମାନେ ପାଠ ପଢିବେ । ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ସବୁ ସ୍କୁଲରେ ଏହି ଶିକ୍ଷା ସଂଯୋଗ ଯୋଜନା ଲାଗୁ ହେବ । ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଏ ନେଇ ଜିଲ୍ଲାର ସବୁ ବିଇଓ, ପ୍ରଧାନ ଶିକ୍ଷକମାନଙ୍କୁ ପତ୍ର ଲେଖିଛନ୍ତି । ସବୁ ଶ୍ରେଣୀ ପାଇଁ ଯେପରି ହ୍ୱାଟସଆପ ଗ୍ରୁପ କରା ଯିବ ସେ ନେଇ ଏହି ଚିଠିରେ ଉଲ୍ଲେଖ ରହିଛି । ଏହା ବ୍ୟତୀତ ଗୁଗଲ ପ୍ଲେ ଷ୍ଟୋରରୁ ଦୀକ୍ଷା ମୋବାଇଲ ଆପ,ଉଜ୍ୱଳା ଏବଂ ଉତଥାନ ଓଡ଼ିଶା ଡାଉନ ଲୋଡ କରି ପାରିବେ ବୋଲି ପତ୍ରରେ ଉଲ୍ଲେଖ ରହିଛି । ଆସନ୍ତା ୧୯ରୁ ଜୁନ ୨୦ ପର୍ଯ୍ୟନ୍ତ ଏଭଳି ପଦ୍ଧତିରେ ଅନଲାଇନ ଶିକ୍ଷା ଦାନ ଜାରୀ ରଖିବାକୁ ସମସ୍ତ ବିଇଓ ଓ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଛି ।