ପାଟଣା,ଏନ୍ଏନ୍ଏସ୍ : ପାଟଣା ବ୍ଲକର ବିଭିନ୍ନ ଅଂଚଳରେ ଥିବା ବ୍ୟାଙ୍କ ମାନଙ୍କରେ ଏବେ ପ୍ରବଳ ଗହଳି ଲାଗି ରହୁଥିବାରୁ କେହିବି ସାମାଜିକ ଦୂରତ୍ୱକୁ ମାନୁ ନାହାନ୍ତି । ଠିଆ ହେବାପାଇଁ ଯାଗା ନଥିବାରୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକମାନେ ନିଜ ନିଜ ଭିତରେ ଠେଲାପେଲା ହେଉଛନ୍ତି । ବ୍ୟାଙ୍କ ଅଫ ଇଣ୍ଡିଆ ତୁରୁମୁଙ୍ଗା ଓ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ କେନ୍ଦେଇପଶି ଶାଖାରେ ଏପରି ଅବସ୍ଥା ଆଜି ଦେଖିବାକୁ ମିଳିଥିଲା । ଏବେ ମହିଳାମାନଙ୍କ ଏକାଉଂଟକୁ ଉଜ୍ଜାଲା ଯୋଜନା ପଇସା ଓ ଜନଧନ ଏକାଉଂଟରେ ପଇସା ଆସୁଥିବାରୁ ଏହାକୁ ଉଠାଇବା ଲାଗି ପ୍ରବଳ ଗହଳି ଲାଗି ରହୁଛି । ସରକାରଙ୍କ ସାମାଜିକ ଦୂରତା ନିୟମ ଏଠାରେ କାର୍ଯ୍ୟକ୍ଷମ ହୋଇ ପାରୁନି । ବ୍ୟାଙ୍କ ଭିତରେ ସମ ଦୁରତା ରକ୍ଷା କରାଯାଉଥିବାବେଳେ ବାହାରେ ପ୍ରବଳ ଗହଳି ଲାଗୁଥିଲେବି ପ୍ରଶାସନ କିମ୍ବା ବ୍ୟାଙ୍କ କର୍ତ୍ତୁପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନାହାନ୍ତି ।