ଜଙ୍ଗଲରେ ନିଆଁ ଲଗାଇଲେ ଦୁବୃର୍ତ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗୋଡି ପୋଖରୀ ଗ୍ରାମରେ ଥିବା ଏକ ୟୁକାଲି ପଟାସ ଜଙ୍ଗଲରେ ମଙ୍ଗଳବାର ଅପରାହ୍ନରେ ଦୁବୃର୍ତ ନିଆଁ ଲଗେଇ ଦେଇଥିଲେ। ଜଙ୍ଗଲ ଜଳିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିଛି ଚାରା ନଷ୍ଟ ହୋଇ ଯାଇଥିବା ଜଣା ପଡିଥିବା ବେଳେ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।