ପଟ୍ଟାଙ୍ଗୀରେ ନୂତନ ତହସିଲଦାରଙ୍କ ଯୋଗଦାନ

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ତହସିଲରେ ହରିପଦ ମଣ୍ଡଳ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅତିରିକ୍ତ ତହସିଲଦାର୍ ମହାଦେବ ଭତ୍ରାଙ୍କଠାରୁ ସେ ଦାୟିତ୍ୱ ନେଇଛନ୍ତି। ପ୍ରାୟ ୧୦ ମାସ ହେବ ପଟ୍ଟାଙ୍ଗୀ ତହସିଲଦାର ପଦବି ଖାଲି ପଡିଥିଲା। ଅତିରିକ୍ତ ତହସିଲଦାର ଶ୍ରୀ ଭତ୍ରା ଭାରପ୍ରାପ୍ତ ତହସିଲଦାର ଭାବେ କାର୍ଯ୍ୟ ତୁଲାଉଥିଲେ।