ବିଶ୍ୱ ଏଡସ୍ ଦିବସରେ ସଚେତନତା ଶୋଭାଯାତ୍ରା

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲା ସଦର ମହକୁମାରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଛି। ଏହି ଅବସରରେ ଏକ ଏଡସ୍ ସଚେତନତା ରଥ ପରିଭ୍ରମଣ ପାଇଁ ବାହାରିଥିଲା। ଜିଲ୍ଲାପାଳ ମଧୁ ସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏଥିରେ ଡିପିଏଚଓ ଡାକ୍ତର ଅରୁଣ କୁମାର ପାଢୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଏଚଆଇଭି ପରୀକ୍ଷା ନିମନ୍ତେ କମ୍ବୋ କିଟ୍ ଉଦଘାଟିତ ହୋଇଥିଲା।
ବୈଠକରେଏଡିପିଏଚଓ(ଏଫଡବ୍ଲ୍ୟୁ) ଡାକ୍ତର ନୀଳ ମାଧବ ଶତପଥୀ, ଏଡିପିଏଚଓ(ଯକ୍ଷ୍ମା) ଡାକ୍ତର ରୋଶନୀ , ଏଡିପିଏଚଓ(ଡିସି) ଡାକ୍ତର ସ୍ମୃତିରଞ୍ଜନ ପଟ୍ଟନାୟକ , ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ସୁଚିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ମିଶନର ଡିପିଏମ୍ ଶୁଭକାନ୍ତ ଗନ୍ତାୟତ ପରିଚାଳନା କରିଥିବାବେଳେ ସହକାରୀ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ଭୋଇ, ଡାପସୁର ସର୍ବେଶ୍ୱର ବାରିକ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।