ଦାମାହୁଦାରେ ପାନୀୟଜଳ ପ୍ରକଳ୍ପ ପାଇଁ ଭୂମିପୂଜା କଲେ ବିଧାୟକ 

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଦାମାହୁଦା ପଞ୍ଚାୟତରେ ଶନିବାର ୧୮୨ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ମେଗା ପାନୀୟଜଳ ପ୍ରକଳ୍ପର ଭୂମିପୂଜା କରିଛନ୍ତି ପାଟଣା ବିଧାୟକ ଜଗନ୍ନାଥ ନାଏକ। ଏହି ପ୍ରକଳ୍ପ ପାଇଁ ଡି ଏମଏଫ ଫଣ୍ଡ ରୁ ବ୍ୟୟ ବରାଦ ହୋଇଛି। ୨୦୨୨ ମଧ୍ୟରେ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଦିନକୁ ୧୫ ମିଲିୟନ ଜଳ ବୈତରଣୀ ନଦୀରୁ ବିଶୋଧନ କରି ବ୍ଲକ ର ୧୪୯ ଟି ଗାଁ ର ଲୋକଙ୍କୁ ପାଣି ଯୋଗାଇ ଦେବାକୁ ଲକ୍ଷ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଦାମାହୁଦା ସରପଞ୍ଚ ଶିବାନୀ ଚାମ୍ପିଆ, ନିର୍ବାହୀ ଯନ୍ତ୍ରୀ ବଳରାମ ମିଶ୍ର, କନିଷ୍ଠ ଯନ୍ତ୍ରୀ ସତ୍ୟରାୟଣ ମଣ୍ଡଳ, ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ନାଏକ ଓ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ମାହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।