ଭଟଲିରେ ବିଜେପିର ବିଧାନସଭା ସ୍ତରୀୟ “ଜନ ସମ୍ପର୍କ ଅଭିଯାନ”

ବରଗଡ଼, ଏନ୍ଏନ୍ଏସ୍ : ଭଟଲିରେ ବିଜେପିର ବିଧାନସଭା ସ୍ତରୀୟ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ତଥା ଭଟଲି ବିଧାୟକ ପ୍ରାର୍ଥୀ ଇରାସିସ୍ ଆଚାର୍ୟ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଲଦାଖ୍ ର ଗଲୱାନ ଠାରେ ସହିଦ ଯବାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ସହ ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତଙ୍କର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା  ଏ ଅବସରରେ ବରଗଡ ସାଂସଦ ସୁରେଶ ପୁଝାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥୀ, ଡ଼ା ଅରୁପାନନ୍ଦ ସାହୁ ଓ ବରିଷ୍ଠ ନେତା ସୁଶାନ୍ତ ମିଶ୍ର ଯୋଗ ଦେଇ “ଜନ ସମ୍ପର୍କ” ଅଭିଯାନ ର ପତ୍ରିକା ଉନ୍ମୋଚନ କରିଥିଲେ ।

ଏହାପରେ ଆଗାମୀ ଦିନରେ ହେବାକୁ ଥିବା “ଭର୍ଚୁଏଲ ରାଲି” ବିଷୟରେ ଆଲୋଚନା ହୋଇଥିଲା। ଆସନ୍ତାକାଲି ଠାରୁ ପ୍ରତ୍ୟେକ ବୁଥ୍ ସ୍ତରକୁ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମବର୍ଷରେ ସାରା ଭାରତବର୍ଷ ପାଇଁ ତଥା ଓଡିଶାର ବିକାଶ ପାଇଁ କରିଥିବା ଯୋଜନା ସମ୍ପର୍କରେ ଭାରତୀୟ ଜନତା ପାର୍ଟିର କାର୍ୟ୍ୟକର୍ତ୍ତା ସାମାଜିକ ଦୂରତା ରକ୍ଷାକରି ଘରକୁ ଘରକୁ ଯାଇ ବାର୍ତ୍ତା ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାପାତ୍ର, ନୃପରାଜ ନାୟକ, ଶିବଶଙ୍କର ବେହେରା, ବରିଷ୍ଠ ନେତା ତାରାଚାନ୍ଦ ପଟେଲ, ଗୁନାରୁ ପ୍ରଧାନ, ଲୋକେଶ୍ୱର ସିଂ ବରିହା, ଦିବ୍ୟ କିଶୋର ଭୋଇ, ପ୍ରତାପ ପ୍ରଧାନ, ଅକ୍ଷୟ ନାଏକ, ଦିଲ୍ଲୀପ ପଟେଲ, କ୍ଷୀରୋଦ୍ର ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ବିରୁପାକ୍ଷ ପ୍ରଧାନ, ହେମନ୍ତ ମହାପାତ୍ର, ସରୋଜ ଖମାରି, ଅବଦୁଲ ଫାରୁକ ଖାଁ, ସ୍ୱାଧୀନ ମେହେର, ସରୋଜ ବେହେରା, ଦେବାର୍ଚନ ମଲ୍ଲିକ, ଚେତନ୍ୟ ମେହେର, ଜଗଦୀଶ ସା, ହାଡୁ ଡନସନା, ପିୟୁସ ଅଗ୍ରୱାଲ, ବୀର ମେହେର, ତ୍ରିନାଥ ମହାନନ୍ଦଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।