ବାଲି ଚାଲାଣ ବେଳେ ହାଇୱାରୁ ଜୋରିମାନା ଆଦାୟ

ପାଟଣା, ଏନ ଏନ ଏସ : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଅଙ୍ଗିକଳା ନିକଟରୁ ଟ୍ୟାମ୍ପରିଂ କରି ବାଲି ଚାଲାଣ ହେଉଥିବା ବେଳେ ରବିବାର ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଚଢ଼ଉ  ଏକ ହାଇୱା ଗାଡ଼ିକୁ ଜବତ କରି ୪୦ହଜାର ୫୬୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ସେହିପରି ଜଡିଚାତର ନିକଟରୁ ବେ ଆଇନ ଭାବରେ ମାଟି ଚାଲାଣ କରୁଥିବା ସମୟରେ  ଏକ ଟ୍ରାକ୍ଟର କୁ ଜବତ କରିବା ପରେ ଉକ୍ତ ଟ୍ରାକ୍ଟର ରୁ ୧୦ ହଜାର ୧୨୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢ଼ଉ ରେ ପାଟଣା ତହସିଲଦାର ଙ୍କ ସମେତ ପାଟଣା ତହସିଲ କର୍ମଚାରୀ ସାମିଲ ଥିଲେ।