ପାଟଣା, ଏନ ଏନ ଏସ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନ ରେ କାଳ ବୈଶାଖୀ ପ୍ରଭାବ ରେ ବର୍ଷା ସାଙ୍ଗ କୁ ପ୍ରବଳ ପବନ ପ୍ରଭାବ ରେ ସଡ଼ଙ୍ଗବାହାଳି ଗ୍ରାମର ଚିରଞ୍ଜିବ ମୁଣ୍ଡା ଙ୍କ ଆଜବେଷ୍ଟସର ଘର ଉପରେ ଏକ ଗଛ ପଡିଯିବାରୁ ଘର ର ଆଜବେଷ୍ଟସର ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଜଣେ ଆହତ ହୋଇଛନ୍ତି। ତେବେ ଏକ ବଡ଼ ଦୁର୍ଘଟଣା ରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଚିରଞ୍ଜୀବ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ଖୁବ୍ ଶିଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।