୫୫୯ ଗ୍ରାମ ବାଲ୍ୟବିବାହ ମୁକ୍ତ

ରାୟଗଡ଼ା,ଏନ୍ଏନ୍ଏସ୍: ୨୦୧୫ ମସିହାରେ ବାଲ୍ୟ ବିବାହ କ୍ଷେତ୍ରରେ ରାୟଗଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର ସାରା ରାଜ୍ୟରେ ଚଳ ସୃଷ୍ଟିକରି ଥିବାବେଳେ ଏବେ ଜିଲ୍ଲାର ୫୫୯ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଚଳିତବର୍ଷ ଉକ୍ତ ଗ୍ରାମରେ ଗୋଟିଏ ବି ବାଲ୍ୟ ବିବାହ ନ ହୋଇଥିବାରୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ୫୫୯ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିଛନ୍ତି।