ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟକଳ୍ପ ଟିମ୍

ପାଟଣା,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କାୟକଳ୍ପ ଟିମର ୩ ଜଣ ସଦସ୍ୟ ମଙ୍ଗଳବାର କେନ୍ଦୁଝର ଜିଲ୍ଲାର ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ପରିସ୍କାର ପରିଚ୍ଛନ୍ନତା, ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା ସମେତ ରୋଗୀକୁ ସ୍ୱାସ୍ଥ୍ୟସେବା କିପରି ମିଳୁଛି ତାହାର ତଦାରଖ କରିବାପରେ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ୟାନ ବୁଲି ଦେଖିଥିଲେ ।

ଏହି ପରିଦର୍ଶନରେ କୁଷ୍ଠରୋଗ ବିଭାଗର ନିର୍ଦ୍ଦେଶକ ଡା. ଏସପି ପାଢ଼ୀ, ସିସିପି ମ୍ୟାନେଜର ହରେକୃଷ୍ଣ ସାହୁ, ରଞ୍ଜନ କୁମାର ପଣ୍ଡା, ଜିଲ୍ଲା କ୍ୱାଲିଟି ସର୍ଭିସ ମ୍ୟାନେଜର ଅଭିଷେକ ଷଡ଼ଙ୍ଗୀ, ଡା ହିମାଂଶୁ ସାହୁ, ଭିବିଡି କନସଲଟାଣ୍ଟ, ବଳଦେବ ନନ୍ଦ ପ୍ରମୁଖ ପରିଦର୍ଶନ କରିଥିଲେ। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡା. ଚିତ୍ତରଞ୍ଜନ ନାଏକ, ଡା.ଲକ୍ଷ୍ମଣ ମହାନ୍ତ, ଡା. ଶୁଭେନ୍ଦୁ ସାଗର କୁମାର ନାଏକ, ବିପିଏମ ଦୀପକ ନାଏକ, ସରୋଜିନୀ ସେଠୀ, ବିରଞ୍ଚି ନାରାୟଣ ପଣ୍ଡା, ରଞ୍ଜିତା ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାୟାକଳ୍ପ ଟିମକୁ ସହଯୋଗ କରିଥିଲେ।