ଏମକେସି ହାଇସ୍କୁଲରେ ଜାତୀୟ ଯୁବ ଦିବସ ପାଳିତ

ବାରିପଦା, ଏନ୍ଏନ୍ଏସ୍: ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲରେ ପ୍ରଧାନଶିକ୍ଷକ ଧରଣୀଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଜାତୀୟ ଯୁବ ଦିବସ ପାଳିତ ହୋଇଛି। ଏହି ଅବସରରେ ଦେଶ ଗଠନରେ ଛାତ୍ରଛାତ୍ରୀ ଓ ଯୁବ ସମାଜର ଭୂମିକା ଶୀର୍ଷକ ବିଷୟ ବସ୍ତୁ ଉପରେ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା। ଏଥିରେ ଛାତ୍ରୀ ଜିଗୀଷାରାଣୀ ନାଥ ପ୍ରଥମ, ଅମର ନାଥ ଷଢ଼ଙ୍ଗୀ ଦ୍ୱିତୀୟ ଓ ଅନ୍ନପୂର୍ଣ୍ଣା ଜେନା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଭାରପ୍ରାପ୍ତ ଶିକ୍ଷକ ଅମିତାଭ ମିଶ୍ର ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅତୁଲ ପରିଡ଼ା , ଗୋବିନ୍ଦ ଚନ୍ଦ୍ର ରାଉତ, ମନୋଜ କୁମାର ପରିଡ଼ା, ପ୍ରଦୀପ କୁମାର ଦଣ୍ଡପାଟ, ଅମୂଲ୍ୟ କୁମ୍ଭକାର ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।