ଦୁଇଚୋରଙ୍କୁ କାବୁକଲେ ଗ୍ରାମବାସୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗାର ଦିଲ୍ଲୀପ ସାହୁଙ୍କ ଘରୁ ରବିବାର ରାତିରେ ଚୋରି ଉଦ୍ୟମ ହେଉଥିବା ବେଳେ ଗ୍ରାମବାସୀ ଦୁଇଜଣଙ୍କୁ କାବୁକରି ପୁଲିସରେ ଜିମା ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି ଉକ୍ତଘରେ କେହି ନଥିବାର ସୁଯୋଗ ନେଇ ଘର ପଛପଟ କବାଟ ଓ ଝରକା ଗ୍ରୀଲ ଭାଙ୍ଗି ୪ଜଣ ଚୋରି କରିବା ପାଇଁ ଘର ଭିତରକୁ ପଶିଥିଲେ । ଏହା ଗ୍ରାମବାସୀ ଜାଣିବା ପରେ ଦୁଇ ଜଣଙ୍କୁ କାବୁକରି ପୁଲିସରେ ଜିମା ଦେଇଛନ୍ତି । ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।